କେଉଁ ପାପ କର୍ମ କଲେ କେଉଁ ଜନ୍ମ ପାଇବେ ? Malika Bachana

ଆମେ ଜାଣିଛୁ ଆତ୍ମା ସର୍ବଦା ଅମର ଅଟେ ଏହା କେବେବି ମରେ ନାହି । ମୃତ୍ୟୁ ଶରୀରର ହୋଇଥାଏ ଆତ୍ମାର ନୁହେ । ଯେପରି ଆମେ ପୁରୁଣା ପୋଷାକ ଛାଡି ନୂଆ ପୋଷାକ ପିନ୍ଧିଥାଉ ସେହିଭଳି ଆତ୍ମା ପୁରୁଣା ଶରୀର ଛାଡି ନୂତନ ଶରୀରରେ ପ୍ରବେଶ କରିଥାଏ । ଆମ ହିନ୍ଦୁ ଧର୍ମରେ ପୁନର୍ଜନ୍ମ ର ବହୁତ ମହତ୍ୱ ରହିଛି ତେବେ ମାଳିକା ରେ କୁହାଯାଇଛି କି ମଣିଷ ନିଜର ମୃତ୍ୟୁ ପରେ ୮୪ ଲକ୍ଷ ଜୀବନଙ୍କ ମଧ୍ୟରୁ କୌଣସି ଏକ ଜୀବର ଶରୀରରେ ପୁନର୍ଜନ୍ମ ପା ଇଥାଏ । ତେବେ ପୁନର୍ଜନ୍ମ ମଣିଷର କର୍ମ , ବ୍ୟବହାର , ପାପ ପୂଣ୍ୟ ଉପରେ ନିର୍ଭର କରିଥାଏ ।
ତେବେ ମାଲିକାରେ ଏପରି କିଛି କାର୍ଯ୍ୟ ବର୍ଣିତ ଅଛି ଯାହା କରିବା ଦ୍ଵାରା ମଣିଷ ନର୍କ କୁ ପ୍ରାପ୍ତି ହୋଇଥାଏ । ଯେଉଁ ଲୋକ ପର ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିଥାଏ ସେହି ଲୋକ ନର୍କକୁ ଯାଇଥାଏ । ନର୍କ ରେ ତାକୁ ଅନେକ ଦଣ୍ଡ ମିଳିବା ପରେ ଏହାର ପୁନର୍ଜନ୍ମ ହୋଇଥାଏ ।
ସେହି ମଣିଷ ପ୍ରଥମେ ବିଲୁଆ , ଏହାପରେ କୁକୁର , ଶ୍ରୁଗାଳ , ମାଙ୍କଡ , ଜେବ୍ରା , ଜିରାଫ , ସାପ , ବଗ , ଏହାପରେ ମଣିଷ ଜନ୍ମ ପାଇଥାଏ । ସେହିଭଳି ଯେଉଁ ଲୋକ ନିଜର ସ୍ତ୍ରୀ ସହ ଜବରଦସ୍ତି ଶାରୀରିକ ସମ୍ପର୍କ ରଖେ ବା ସ୍ତ୍ରୀ ଉପରେ ଅତ୍ୟାଚାର କରେ ତେବେ ସେହି ଲୋକ ଅନେକ ଜୀବ ର ଜନ୍ମ ପରେ କିନ୍ନର ଭାବେ ମଣିଷ ଜନ୍ମ ପାଇଥାଏ ।
ଯେଉଁ ଲୋକ ନିଜର ବଡ ଭାଇର ସମାଜରେ ଅପମାନ କରିଥାଏ ବଡ ଭାଇକୁ ହାତ ଉଠାଏ ସେ ପେଚା ଭାବେ ୧୦ ବର୍ଷ ଭାବେ ଜନ୍ମ ହୋଇଥାଏ । ଏହାପରେ ମଣିଷ ଜୀବନ ପାଇଥାଏ । ଯିଏ ସୁନା ପଇସା ଆଦି ଚୋରୀ କରିଥାଏ ସେହି ମଣିଷ ପିମ୍ପୁଡି ରୂପେ ଜନ୍ମ ହୋଇଥାଏ ।
ଯେଉଁ ଲୋକ ରୂପା ଚାନ୍ଦି ଆଦି ଚୋରୀ କରେ ସେ ପାରା ରୂପେ ଜନ୍ମ ହୋଇଥାଏ । ଯେଉଁ ଲୋକ ସୁଗନ୍ଧିତ ଜିନିଷ ଓ ଯେଉଁ ଲୋକ ବସ୍ତ୍ର ଚୋରୀ କରିଥାନ୍ତି ସେମାନେ ମୂଷା ଓ ଶୁଆ ଭାବେ ଜନ୍ମ ହୋଇଥାନ୍ତି । ଯେଉଁ ଲୋକ ବ୍ରାହ୍ମଣ , ପିତୃପୁରୁଷ , ଦେବତା ଆଦୀଙ୍କୁ ସନ୍ତୁଷ୍ଟ ନ କରି ମୃତ୍ୟୁବରଣ କରିଥାଏ ।
ସେହି ଲୋକ ମୃତ୍ୟୁ ପରେ କାଉ ଏହାପରେ କୁକୁଡା ଓ ୧ ବର୍ଷ ପର୍ଯ୍ଯନ୍ତ ସାପ ଜନ୍ମ ପରେ ହିଁ ମଣିଷ ଜନ୍ମ ପାଇଥାଏ । ଯେଉଁ ଲୋକ କୌଣସି ହତିଆରରେ କୌଣସି ଲୋକକୁ ମାରିଥାଏ ତେବେ ସେ ମୃତ୍ୟୁ ପରେ ଗଧ , ହରିଣ , ମାଛ , କୁକୁର , ବାଘ ଓ ଶେଷରେ ମଣିଷ ଜନ୍ମ ପାଇଥାଏ । ତେବେ ମଣିଷର ପୁନର୍ଜନ୍ମ ଏହାର ଭଲ ଓ ଖରାପ କାରଜ୍ୟକୁ ନେଇ ମଧ୍ୟ ହୋଇଥାଏ ।