ପାରା ଆପଣଙ୍କୁ କରିପାରେ ଧନୀ ବ୍ୟକ୍ତି, ଆପଣଙ୍କ ଘରକୁ ଆସୁଛନ୍ତି କି- Shakuna Shastra

ଆମ ଆଖ ପାଖରେ ଅନେକ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥାନ୍ତି । କିଛି ପକ୍ଷୀ ମାନଙ୍କର ଆଗମନ ହେଲେ ଘରକୁ ଶୁଭ ସଂକେତ ମିଳିଥାଏ । କିନ୍ତୁ କିଛି ପକ୍ଷୀ ମାନଙ୍କର ଆଗମନ ହେବ ଦ୍ଵାରା ଘରେ କୌଣସି ବିପଦ ଆସିବାର ମଧ୍ୟ ସଂକେତ ମିଳିଥାଏ । ସେଥି ମଧ୍ୟରୁ ପାରା ହେଉଛି ଅନ୍ଯତମ ଅଟେ । ପ୍ରାୟତ ସବୁ ପକ୍ଷୀ ସରଳ ଓ ଚଞ୍ଚଳ ହୋଇଥାନ୍ତି । କିନ୍ତୁ ପାରା ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ପାରା ମାନେ ଚଞ୍ଚଳ କମ କିନ୍ତୁ ସରଳ ଅଧିକ ହୋଇଥାନ୍ତି । ଏମାନେ ଆଶ୍ରୟ ନେବାକୁ ପୁରାତନ କୋଠାର ବା ଐତିହାସିକ ସ୍ଥାନ ର ଆଶ୍ରୟ ନେଇଥାନ୍ତି ।
କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ପାରା ଘରକୁ ଆସିଲେ କେତେ ଶୁଭ ହୋଇଥାଏ । କେତେକେ ଲୋକ ମାନେ ପକ୍ଷୀ ମାନଙ୍କୁ ଦାନ ଦେବା ପାଇଁ ପସନ୍ଦ କରିଥାନ୍ତି । ପାରା ଏମିତି ଏକ ପକ୍ଷୀ ଯାହାକୁ ଶାନ୍ତିର ପ୍ରତୀକ ବୋଲି ବିଚାର କରାଯାଏ ।
ଏହା ସହ ପାରା ନିଜ ଜୀବନ ସାଥି ପାଇଁ ବହୁତ ସଚୋଟ ରହିଥାଏ । ପାରାକୁ ଦାନା ଦେବା ପୂଣ୍ୟର କାମ ହୋଇଥାଏ । ସେଥି ପାଇଁ ଅନେକ ଲୋକ ମାନେ ପାରାକୁ ଦାନା ଦେବାକୁ ପସନ୍ଦ କରିଥାନ୍ତି । ବହୁତ ଲୋକ ମାନେ ପାରାକୁ ନିଜ ଘରର ଛାତ ଉପରେ ଦାନ ଦେଇଥାନ୍ତି ।
କିନ୍ତୁ ଏଥିପାଇଁ ଅନେକ ସାବଧାନତା ରହିବାକୁ ପଡିବ । ଘରର ଅଗଣାରେ ବା ବାହାରେ ପାରାକୁ ଦାନ ଦେବା ମଧ୍ୟ ଉଚିତ । କେବେ ବି ପାରାକୁ ବସା ବାନ୍ଧିବାକୁ ଦିଅନ୍ତୁ ନାହି କାରଣ ଏହା ଶୁଭ ହୋଇଥାଏ । ଯଦି ଆପଣ ପାରା କୌଣସି ଜାଗାରେ ଦେଖିବାକୁ ପାଆନ୍ତି ନାହି ତେବେ ଆପଣ ପ୍ରତି ଦିନ ଘର ବାହାରେ ପାଣି ସହ କିଛି ଦାନ ରଖିବା ଦ୍ଵାରା ପାରା ମାନେ ଘରକୁ ଆସିଥାନ୍ତି ।
ଏହା ଦ୍ଵାରା ଘରେ ଥିବା ସବୁ ସମସ୍ୟାର ନିବାରଣ ହେବା ସହ ଧାନର ଆଗମନ ହୋଇଥାଏ । ଘରକୁ ପାରା ଆସିବା ଦ୍ଵାରା ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । କେହି କେହି ପାରାକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କହିଥାନ୍ତି । ଯଦି ଘରେ କିଛି ଅସୁବିଧା ରହିଛି ବା କୌଣସି ଭଲ ଜାଗା ନାହି ତେବେ ଆପଣ ଘରର ଛାତ ଉପରେ ପାରାକୁ ଦାନ ଦେଇ ପାରିବେ ।
ଜ୍ଯୋତିଷ ଅନୁସାରେ ଛାତକୁ ରାହୁ ଓ ପାରାକୁ ବୁଧ ବୋଲି ବିଚାର କରା ଯାଇଥାଏ । ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର କୁଣ୍ଡଳୀରେ ରାହୁ ଓ ବୁଧ ଗ୍ରହ ଏକତ୍ର ରହିଥାଏ ସେହି ବ୍ୟକ୍ତି ଜୀବନରେ ଅଶୁଭ ସମୟ ଆସିଆବର ସୂଚନା ମିଳିଥାଏ ।
ଏହା ସହ ଯଦି ରାହୁ ଓ ବୁଧ ଗ୍ରହର ମେଳାପ ଖରାପ ରହିଥାଏ ତେବେ ବ୍ୟକ୍ତି ଜୀବନରେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । ତେଣୁ ପାରାକୁ ଛାତ ଉପରେ ଦାନା ଖାଇବାକୁ ଦେବା ଉଚିତ । ଏହା କରିବା ଦ୍ଵାରା ଘରେ ଧନର ବୃଦ୍ଧି ହେବ ସହ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।