ଅପରାଧ

ଦୁଷ୍କର୍ମ ଘଟଣାର ଯାଞ୍ଚ କରୁଥିବା ଏଏସଆଇଙ୍କ ପୁଅ ବାହାରିଲା ଦୁଷ୍କର୍ମକାରୀ – Kalinga News


ନୂଆଦିଲ୍ଲୀ: ଛତିଶଗଡ଼ର ରାଜଧାନୀ ରାୟପୁରରେ ଗତସପ୍ତାହରେ ଦୁଇଭଉଣୀ ଗଣଦୁଷ୍କର୍ମର ଶିକାର ହୋଇଥିବାର ଏକ ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ସାମିଲ ଥିବା ୧୦ଜଣ ଦୁଷ୍କର୍ମକାରୀଙ୍କ ମଧ୍ୟରେ ଜଣେ ପୁଲିସ ଅଧିକାରୀଙ୍କ ପୁଅ ଥିବା ଜଣାପଡ଼ିଥିଲା। ଯିଏକି  ଏଏସଆଇ ଦୀପକ ସାହୁଙ୍କ ପୁଅ ଥିଲା ।ଯାହାର ନାମ କୃଷ୍ଣା ବୋଲି ଜଣାପଡ଼ିଥିଲା।

ସୂଚନାଯୋଗ୍ୟ, ଅଗଷ୍ଟ ୩୧ ତାରିଖରେ ରାଖିପୂର୍ଣ୍ଣିମା ଥିଲା। ଏହି କାରଣରୁ ଦୁଇଭଉଣୀ ସାଙ୍ଗ ହୋଇ ତାଙ୍କର ସମ୍ପର୍କୀୟ ଭାଇଙ୍କ ଘରକୁ ଯାଇଥିଲେ। ଭାଇଙ୍କୁ ସେଠାରେ ରାଖି ବାନ୍ଧିବା ପରେ ନିଜ ଘରକୁ ଫେରି ଆସୁଥିଲେ। ଏହି ସମୟରେ ବାଟରେ ୧୦ଜଣ ଯୁବକ ଦୁଇଜଣ ଭଉଣୀଙ୍କୁ ଅଟାଇଥିଲେ। ଦୁଇଭଉଣୀଙ୍କ ସହିତ ଥିବା ସମ୍ପର୍କୀୟ ଭାଇଙ୍କୁ ୧୦ଜଣ ଯୁବକ ନିସ୍ତୁକମାଡ଼ ମାରିଥିଲେ। ଭାଇ ତଳେ ପଡ଼ିଯିବାରୁ ଦୁଇଭଉଣୀଙ୍କୁ ବାଇକରେ ଜୋରଜବରଦସ୍ତି ବସାଇ ୧୦ଜଣ ଯୁବକ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ଦୁଇଭଉଣୀଙ୍କ ସହିତ ଗଣଦୁଷ୍କର୍ମ କରିଥି‌ଲେ।

ଏହି ଦୁଷ୍କର୍ମଘଟଣାର ଅଭିଯୋଗ ହେବାପରେ ରାୟପୁର ଏସଏସପିଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇଥିଲା। ଏହି ଟିମ ଯାଞ୍ଚ କରି ଦୁଷ୍କର୍ମଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଦୁଷ୍କର୍ମକାରୀଙ୍କୁ ଗିରଫ କରିଥିଲା। ଏହାପରେ ଆଗାମୀ ଯାଞ୍ଚ ପାଇଁ ଦାୟିତ୍ବ ଏଏସଆଇ ଦୀପକ ସାହୁଙ୍କୁ ଦିଆଯାଇଥିଲା।

ଏଏସଆଇ ଦୀପକ ସାହୁ ଯାଞ୍ଚ କରୁଥିବା ବେଳେ ଜାଣିବାକୁ ପାଇଲେ କି ସେ ଯେଉଁ ଗଣଦୁଷ୍କର୍ମ ଘଟଣାର ଯାଞ୍ଚ କରୁଛନ୍ତି ସେଥିରେ ଥିବା ଦୁଷ୍କର୍ମକାରୀଙ୍କ ତାଲିକାରେ ତାଙ୍କ ପୁଅର ନାମ ବି ଅଛି। ଏସବୁ ଜାଣିବା ପରେ ସେ ସ୍ତବ୍ଧ ହୋଇଯାଇଥିଲେ। ପୁଅ କୃଷ୍ଣାକୁ ତୁରନ୍ତ ଏହି ଘଟଣାରେ ଗିରଫ କରି ଯାଞ୍ଚରୁ ଓହରି ଯାଇଥିଲେ।

ତେବେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ଦେବା ଦାବି ନେଇ ବିଭିନ୍ନ ସ୍ଥାନରେ ଲୋକେ ବିରୋଧ ପ୍ରଦାର୍ଶନ କରୁଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button