ଅପରାଧ

ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କୁ ଉଠାଇ କେନାଲକୁ ପିଙ୍ଗି ଦେଲା ପୁଲିସ – Kalinga News


ନୂଆଦିଲ୍ଲୀ: ବିହାରର ମୁଜାଫରପୁରରେ ପୁଲିସର ଅମାନବୀୟ ଚେହେରା ସାମ୍ନାକୁ ଆସିଛି। ହାଜିପୁର-ମୁଜାଫରପୁର ୨୨ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଉକ୍ତ ମୃତ ବ୍ୟକ୍ତିଙ୍କ ମୃତଶରୀରକୁ କିଛିପୁଲିସ ଉଠାଇ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇବା ପରିବ‌ର୍ତ୍ତେ ପୋଲ ଉପରେ ଛିଡ଼ା ହୋଇ କେନାଲରେ ଫିଙ୍ଗି ଦେଇଥିଲେ । ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ମୁଜାଫରପୁର ଜିଲ୍ଲାର ଫାକୁଲି ଓପି ଅଞ୍ଚଳସ୍ଥ ୨୨ ନମ୍ବର ଜାତୀୟରାଜପଥ  ଉପରେ ଢ଼ୋଢ଼ି କେନାଲ ପୋଲ  ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏଠାରେ ପୁଲିସ ଅମାନବିକତା ଦେଖାଇ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହକୁ ନିକଟସ୍ଥ ଏକ କେନାଲକୁ କିଛି ପୁଲିସ କର୍ମଚାରୀ ମିଶି ଫିଙ୍ଗି ଦେଇଥି‌ଲେ।ତେବେ ଉକ୍ତ ରାସ୍ତା ଦେଇ ଯାଉଥିବା କିଛି ଯାତ୍ରା ପୁଲିସର ଏଭଳି ଅମାନବୀୟ କାମକୁ ରେକର୍ଡ କରି ଦେଇଥ‌ିଲେ। ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଘଟଣା ସାମ୍ନାକୁ ଆସିଛି।

 

ଏହି ଘଟଣାକୁ ନେଇ ଫାକୁଲି ଓପି ସଭାପତି ମୋହନ କୁମାର ପୁଲିସ କର୍ମଚାରୀଙ୍କୁ ବଞ୍ଚାଇବାକୁ ଯାଇ କହିଛନ୍ତି,‘ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା। ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଏସକେଏମସିଏଚ ପଠାଯାଇଥିବା ବେଳେ ବାକି କିଛି ରାସ୍ତାରେ ଚାପି ହୋଇ ରହିଥିଲା। ଉକ୍ତ ଅଂଶକୁ ସଫା କରି କେନାଲରେ ଫିଙ୍ଗା ଯାଇଥିଲା।

ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି।




Related Articles

Leave a Reply

Your email address will not be published. Required fields are marked *

Back to top button